ଧର୍ମନ୍ୟୁଜ୍ରାଜ୍ୟ

ଭକ୍ତଙ୍କ ଭିଡ ଭିତରେ ହେବ ସ୍ନାନଯାତ୍ରା, ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ

ସତ୍ୟଶିଖା (ପୁରୀ) ୧୯.୦୫.୨୦୨୨: ଦୀର୍ଘ ଦୁଇ ବର୍ଷ ପରେ ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଦର୍ଶନ ଲାଗି ଅନୁମତି । ଏହାସହ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ ।

ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ଅର୍ଥାତ ଭକ୍ତ ଦର୍ଶନ କରିବେ ସିନା କିନ୍ତୁ ସ୍ପର୍ଶ କରିପାରିବେନି । ସୂଚନା ଥାଉକି ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ବୈଠକ ବସିଥିଲା । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ।

ମହାପ୍ରଭୁଙ୍କ ନୀତି କାନ୍ତି ଶୃଙ୍ଖଳିତ ଭାବେ କରିବା ନେଇ ଆଲୋଚନା ହୋଇଥିଲା । ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତି ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ହେଲେ ଏଥର କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି ।

Show More
Back to top button