

ସତ୍ୟଶିଖା(ପୁରୀ )୧୨.୦୫.୨୦୨୨ : ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ପ୍ର୍ରଶ୍ନ ଉଠାଇଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ସରକାର ତୁରନ୍ତ ଖନନ କାର୍ଯ୍ୟ ବନ୍ଦ କରନ୍ତୁ ବୋଲି ପ୍ରେସମିଟରେ ବଦାବି କରାଯାଇଛିି । ବାଲିର ଗଦା ଉପରେ ଶ୍ରୀମନ୍ଦିର ନିର୍ମିତ,ଚତୁଃପାଶ୍ୱର୍ରେ ଖନନ ବିପଦ ଆଣିବ । ମଠଗୁଡିକ ଶ୍ରୀମନ୍ଦିର ସୁରକ୍ଷା ଦେଉଥିଲା,ତାହାକୁ ଭାଙ୍ଗି ଦିଆଗଲା । ଏହି ସ୍ଥିତିରେ ଯଦି ବାଲି ଧସିଲା,ତାହାଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିବ । ଯଦି ସରକାର ଖନନ ବନ୍ଦ ନ କରନ୍ତି, ସାରା ରାଜ୍ୟରେ ଆନ୍ଦୋଳନ କରିବୁ, ଗଣଧାରଣା ଦେବୁ, ସାଧୁସନ୍ଥକୁ ଡାକି ବିରୋଧ ପ୍ରଦର୍ଶନ କରିବୁ । ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ରହିତାଦେଶ ପାଇଁ ନିବେଦନ କରିବୁ । ୮ ଶହ କୋଟିର ବଜେଟ କଣ ୪ଟି ଟଏଲେଟ୍ ପାଇଁ କି ବୋଲି ପ୍ରଶ୍ନ ଉଠାଇଲେ ।