ଦେଶ

୨୪ ଘଣ୍ଟାରେ ୧୯୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଭଲ ଖବର ଆସିଛି। ଆରୋଗ୍ୟ ହାର ଏବେ ୨୨ ପ୍ରତିଶତ ବଢ଼ିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି। ୧୦ ଦିନ ତଳେ ଆରୋଗ୍ୟ ହାର ୧୨ ପ୍ରତିଶତ ଥିଲା। ଏହି ହାରରୁ ସ୍ପଷ୍ଟ ହୋଇଛି କରୋନା ମୁକାବିଲା ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା ଠିକ୍।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୧୯୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିଛି। ମୋଟ୍ ୨୬, ୯୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୨୬ ହୋଇଛି ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟୟ ଅପରାହ୍ନରେ ଏହା କହିଛି। ଗତକାଲି ଅପରାହ୍ନ ୫ଟା ସୁଦ୍ଧା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧,୨୨୪। ତେବେ ୨୪ ଘଣ୍ଟା ମଧ୍ୟରେ ୭୦୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ କରୋନା ଆରୋଗ୍ୟ ହାର ୨୧.୯୦ ପ୍ରତିଶତ ହୋଇଛି। କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ସ୍ଥାନ ଏବେ ନନ୍ ହଟସ୍ପଟ ହୋଇଥିବା ସେ କହିଛନ୍ତି।

[ad_2]
Show More
Back to top button