ନ୍ୟୁଜ୍ରାଜ୍ୟ

କଟକ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

ସତ୍ୟଶିଖା( କଟକ  )୧୦.୦୫.୨୦୨୨ :  କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୧ ବ୍ୟାଚର ଆଇପିଏସ୍ ଅଫିସର ପିନାକ ମିଶ୍ର। ଡିସିପି ଅଫିସ ପହଞ୍ଚିବା ପରେ ପିନାକଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ପୁଷ୍ପ ଗୁଚ୍ଛ ଦେଇ ନୂତନ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ ଏଡିସିପି, ଏସପି  ଓ ଥାନା ଅଧକାରୀ। ଏ ଅବସରରେ ପିନାକ କହିଛନ୍ତି, କଟକ ଏକ ପୁରୁଣା ସହର। ଏଣୁ ଏଠାରେ ବିଭିନ୍ନ ସମସ୍ୟା ରହିଛି। ତତସହିତ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ମୋର ପ୍ରାଥମିକତା ରହିବ। ସେହିପରି ବର୍ତ୍ତମାନ ବଢୁଥିବା ସାଇବର କ୍ରାଇମ ରୋକିବା ମଧ୍ୟ ବଡ଼ ଚାଲେଞ୍ଜ ରହିବ ବୋଲି ସେ କହିଛନ୍ତି।

Show More
Back to top button