କରୋନା ମୁକାବିଲା; ସଂଘ ମୁଖ୍ୟ କହିଲେ ସାହାଯ୍ୟରେ ଭେଦଭାବ ରଖନା


ନାଗପୁର: କରୋନା ବିପତ୍ତି ସରିବା ଯାଏ ସ୍ୱାର୍ଥ ଛାଡ଼ି ଲୋକଙ୍କ କାମ କରିବେ ସ୍ୱୟଂସେବକ। ଏଭଳି ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ବା ସଂଘ ମୁଖ୍ୟ ମୋହନ ଭାଗବତ। ଏହି ବିପତ୍ତି ସମୟରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ ବୋଲି ଭାଗବତ କହିଛନ୍ତି।
ମୋହନ ଭାଗବତଙ୍କ ଭାଷଣର ସିଧା ପ୍ରସାରଣ
#LIVE ଆପଣ ଦେଖୁଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଭାଷଣର ସିଧା ପ୍ରସାରଣ। ପ୍ରସଙ୍ଗ ରହିଛି ‘ବର୍ତ୍ତମାନ ଦୃଶ୍ୟପଟ୍ଟ ଓ ଆମ ଭୂମିକା’। #RSS #MohanBhagwat #RSSLive #SanghKibat #OdishaReporter
satyasikha यांनी वर पोस्ट केले रविवार, २६ एप्रिल, २०२०
ଆହୁରି ପଢ଼ନ୍ତୁ
ସେ କରୋନା ମୁକାବିଲାର ୩ ମନ୍ତ୍ର ଭାବେ କହିଛନ୍ତି, ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ। ଏଥିସହ କୌଣସି ଭେଦଭାବ ନ ରଖି ଆମକୁ କାମ କରିବାକୁ ହେବ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ।
ସେ କହିଛନ୍ତି ଯେ, ଏବେ ସାରା ଦୁନିଆ କରୋନା ବିରୋଧରେ ଲଢ଼େଇ କରୁଛି। ଘରେ ରହି କରୋନା ସହ ଯୁଦ୍ଧ କରି ଜିତିବାକୁ ପଡ଼ିବ। କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ। ଆକ୍ରାନ୍ତଙ୍କ ସେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ମଧ୍ୟ ଜରୁରୀ। ସେବାର କାର୍ଯ୍ୟ ଆଜି ବଦଳି ଯାଇଛି। ନିଜେ ଭଲରେ ରହିବା ସହ ଅନ୍ୟକୁ ଭଲରେ ରଖିବା ଉଚିତ୍ ବୋଲି ମୋହନ ଭାଗବତ କହିଛନ୍ତି।
କରୋନା ମୁକାବିଲାରେ ପ୍ରଶାସନ ଉତ୍ତମ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ନିୟମ ପାଳନ କର, ସହଯୋଗ କର; ବିରୋଧ କରନାହିଁ। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ମନରେ ଭୟ ଓ କ୍ରୋଧକୁ ପ୍ରଶୟ ଦିଅ ନାହିଁ। ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ଜରୁରୀ। ଲକଡାଉନ୍ ଉଠିବା ପରେ ମଧ୍ୟ ସାମାଜିକ ଦୂରତା ରଖିବା ଜରୁରୀ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ।”
ସେ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, “କେହି ଭୁଲ କରିଦେଲେ ସମସ୍ତଙ୍କୁ ଭୁଲ ଭାବିବା ଠିକ ନୁହେଁ। କିଛି ଲୋକ ଏହାର ଅପବ୍ୟବହାର କରିବାକୁ ଚାହୁଁଛନ୍ତି। ଆମକୁ ଶାନ୍ତ ରହିବାକୁ ହେବ। ଭୟଭୀତ ବା କ୍ରୋଧିତ ହେବାର ନାହିଁ। ସମସ୍ତ ଗାଇଡ୍ଲାଇନ୍ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ।”
[ad_2]