ଦେଶନ୍ୟୁଜ୍

ଦେଶରେ ବିଜୁଳି ସଙ୍କଟକୁ ନେଇ ଅମିତ ଶାହଙ୍କ ଘରେ ବସିଲା ବଡ଼ ବୈଠକ

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୫.୨୦୨୨ : ଦେଶରେ ଏବେ ବିଜୁଳି ସଙ୍କଟ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବିଦ୍ୟୁତ କାଟ୍ ସମସ୍ୟା ବି ଦେଖାଦେଇଛି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ଚାଲିଛି ସମୀକ୍ଷା ବୈଠକ । ଏହି ସମସ୍ୟାର ନିଷ୍କର୍ସ ବାହାରି ପାରେ ବୋଲି ସାଧାରଣରେ ଆଲୋଚନା  ହେଉଛି ।

ସୂଚନା ମୁତାବକ ଏହି ବୈଠକରେ ଶକ୍ତି ମନ୍ତ୍ରୀ ଆରକେ ସିଂହ, ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଉପସ୍ଥିତ ଅଛନ୍ତି । କୋଇଲା ସଙ୍କଟ କାରଣରୁ ବିଜୁଳି ସଙ୍କଟ ଦେଖାଦେଇଛି ।

ଏହାକୁ ନେଇ ବିରୋଧି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ବିଜୁଳି ସଙ୍କଟକୁ ନଜରରେ ରଖି କୋଇଲା ମାଲ ପରିବହନ ଟ୍ରାଫିକ୍ ବୃଦ୍ଧି ପାଇଁ ରେଳବାଇ ଏ ପର୍ଯ୍ୟନ୍ତ ପ୍ରାୟ ୫୦ଟି ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କରିଛି। ଏହି କାରଣରୁ ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ଭଳି କୋଇଲା ଉତ୍ପାଦନ କରୁଥିବା ରାଜ୍ୟରୁ ଯାତାୟାତ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Show More
Back to top button