

ସତ୍ୟଶିଖା( କଟକ)୨୬.୦୪.୨୦୨୨: ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆଧାର ନ ଥିବା କାରଣରୁ ରାଜ୍ୟରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କ ରିପୋର୍ଟ ରାଜ୍ୟସରକାରଙ୍କୁ ମାଗିଛନ୍ତି। ମାମଲାର ଶୁଣାଣି ସମୟରେ ଯାଜପୁର ଜିଲା ରସୁଲପୁର ବ୍ଲକ ଗସ୍ତ ସଂକ୍ରାନ୍ତ ରିପୋର୍ଟ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଦାଖଲ କରଯାଇଥିଲା। ତଥ୍ୟ ସଂଗ୍ରହକାରୀ ଦଳ ୮ଟି ଗ୍ରାମ ଗସ୍ତ କରିଥିବାବେଳେ କୌଣସି ହିତାଧିକାରୀ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉନାହାନ୍ତି ବୋଲି ସତ୍ୟପାଠରେ ଦର୍ଶଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୯ରେ ହେବ। ଆବେଦନକାରୀ ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ବେଳେ ରାଜ୍ୟରେ ଏପରି ବହୁ ପରିବାର ଅଛନ୍ତି ଯେଉଁମାନଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ସେମାନେ ରାସନକାର୍ଡ ପାଇନାହାନ୍ତି। ତେଣୁ ସେମାନେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି।