ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଓଡିଶାରେ କରୋନା ; ସମ୍ବଲପୁରରୁ ଏକ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା( ସମ୍ବଲପୁର)୨୩.୦୪.୨୦୨୨: ରାଜ୍ୟରେ ଚିହ୍ନଟ ହେଲେ ଜଣେ କରୋନା ଆକ୍ରାନ୍ତ। ଦୀର୍ଘ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଦେଶରେ ତଥା ରାଜ୍ୟରେ କରୋନା ନିଜର କାୟା ବିସ୍ତାର କରିବା ପରେ ଓଡିଶାରେ ୨ ବର୍ଷ ପରେ ୨୪ ଘଣ୍ଟାରେ ପ୍ରଥମ ଥର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ , ସ୍ଥାନୀୟରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ସଙ୍ଗରୋଧରୁ ଜଣେ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲାରୁ ଉକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୮୦କୁ ବୃଦ୍ଧି ପାଇଛି। ୧୨,୭୮,୭୧୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Show More
Back to top button