

ସତ୍ୟଶିଖା( ନୂଆଦିଲ୍ଲୀ )୨୦.୦୪.୨୦୨୨ : ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ପରେ ଏବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ) ମଧ୍ୟ ଭାରତର ଜିଡିପି ବୃଦ୍ଧି ଅନୁମାନ କମ୍ ରହିବା ନେଇ କହିଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଆଇଏମଏଫ ଜିଡିପ ବୃଦ୍ଧିର ଅନୁମାନ କୁ କମ୍ କରିଛି । ଆଇଏମଏଫ କହିଛି ଯେ ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ବୃଦ୍ଧି ୮.୨ ପ୍ରତିଶତ ରହିବ । ପୂର୍ବରୁ ଜାନୁଆରୀରେ ଆଇଏମଏଫ ଏହା ଅନୁମାନ କରିଥିଲା ଯେ ଜିଡିପି ବୃଦ୍ଧି ୯ ପ୍ରତିଶତ ରହିବ । ତେବେ ୟୁକ୍ରେନ ଏବଂ ଋଷ ଯୁଦ୍ଧ ପରେ ପ୍ରଭାବିତ ହେବ ହୋଇଥିବା କହିଛି ଆଇଏମଏଫ । ଯାହାକୁ ନେଇ ଏବେ ଝଟକା ।
ଆଇଏମଏଫ ଅନୁଯାୟୀ ୟୁକ୍ରେନ ସଙ୍କଟ କାରଣରୁ ତେଲ ଦର ଅଧିକ ହେବାରୁ ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି । ଫଳରେ ଘରୋଇ ବ୍ୟବହାର ଏବଂ ଘରୋଇ ବିନିଯୋଗ ମଧ୍ୟ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି । ଏହା ସହିତ ମୁଦ୍ରସ୍ପୀତି ହାର ବୃଦ୍ଧି ଯୋଗୁଁ ଏପରି ହେବ ବୋଲି କହିଛି ଆଇଏମଏଫ ।
ଆଇଏମଏଫ ଏହାର ରିପୋର୍ଟ କହିଛି ଯେ ଯୁଦ୍ଧର ପ୍ରଭାବ ସାରା ଦେଶର ଜିଡିପି ଉପରେ ପଡ଼ିବ । ଆମେରିକା, ଜର୍ମାନୀ, ଫ୍ରାନ୍ସ ଭଳି ଦେଶ ଉପରେ ମଧ୍ୟ ପ୍ରଭାବ ପଡ଼ିବ । ସେହିଭଳି ଋଷର ଜିଡିପି ଅଭିବୃଦ୍ଧି ମଧ୍ୟ ନକରାତ୍ମକ ରହିବ ବୋଲି କହିଛି ଆଇଏମଏଫ ।