ଦେଶନ୍ୟୁଜ୍ବିଦେଶ

ରୁଷିଆରେ ପ୍ରବେଶ କଲା ୟୁକ୍ରେନ୍‌? ଏୟାରଷ୍ଟ୍ରାଇକ୍‌-ରେଳବ୍ରିଜ୍ ଉପରେ ଆକ୍ରମଣ ନେଇ ଦାବି

ସତ୍ୟଶିଖା( ମସ୍କୋ/କିଭ୍‌)୧୫.୦୪.୨୦୨୨:  ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାକୁ ଯାଉଛି । ଏବେ ରୁଷିଆରେ ପ୍ରବେଶ କରି ଆକ୍ରମଣ କରିବାକୁ ୟୁକ୍ରେନ ରଣନୀତି ପ୍ରସ୍ତୁତ କରୁଛି । ରୁଷିଆ ଏଭଳି ଦାବି କରିଛି । ରୁଷିଆର ଦାବି ଯେ, ଗୁରୁବାର ୟୁକ୍ରେନ୍‌ର ସେନାର ୨ ହେଲିକପ୍ଟର ନିଜର ସୀମାରେ ପ୍ରବେଶ କରିଥିଲା । ଜନବହୁଳ ଥିବା ଅଞ୍ଚଳରେ ବୋମାମାଡ଼ କରିଥିଲା । ଏହି ଆକ୍ରମଣରେ କୌଣସି ଲୋକଙ୍କର ଜୀବନ ପ୍ରତି କ୍ଷତି ପହଞ୍ଚି ନାହିଁ । ଅନ୍ୟପଟରେ ୟୁକ୍ରେନ୍ ଏଭଳି କୌଣସି ପ୍ରକାରର ଆକ୍ରମଣକୁ ନେଇ ଆସିଥିବା ଅଭିଯୋଗକୁ ଖାରଜ କରିଛି ।

ରୁଷିଆ କହିଛି ଯେ, ୟୁକ୍ରେନ୍‌ର ସୀମାକୁ ଲାଗିଥିବା ବେଲଗୋରୋଡ ଓ ବ୍ରୟାନସ୍କରେ ଆକ୍ରମଣ କରାଯାଇଛି । ଏହା ପୂର୍ବରୁ ୟୁକ୍ରେନ୍ ଉପରେ ରୁଷିଆ ବେଲଗୋରୋଡରେ ରେଳବ୍ରିଜ ଉପରେ ଆକ୍ରମଣ ନେଇ ଅଭିଯୋଗ ଆଣିଥିଲା । ବେଲଗୋରୋଡ ମେୟର ବ୍ୟାଶେସଲେଭ ଗ୍ଲାଦକୋଭ ଦାବି କରିଥିଲେ ଯେ, ୟୁକ୍ରେନର ଆକ୍ରମଣରେ ଅନେକ କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ରେଳବ୍ରିଜ କ୍ଷତି ହୋଇଛି । ଯେଉଁ ରେଳ ବ୍ରିଜ କୁ କ୍ଷତି ପହଞ୍ଚି ଥିବା ନେଇ ରୁଷିଆ ଅଭିଯୋଗ କରିଛି, ଏହା ଡୋନବାସ ଠାରୁ ୬.୫ କିଲୋମିଟର ଦୂର । ରୁଷିଆ ପାଇଁ ରେଳ ବ୍ରିଜ ଏହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହାର ମାଧ୍ୟମରେ ସେନା ସାମଗ୍ରୀ ପଠାଯାଇପାରୁଥିଲା ।

Show More
Back to top button