ଦେଶ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅୱନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀଙ୍କ ସହ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ

ଘଜୱତ-ଇ-ହିନ୍ଦର କିଛି ଆତଙ୍କବାଦୀ ଅୱନ୍ତିପୁରାର ଗୋରିପୁରା ଅଞ୍ଚଳରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ନିହତ ହୋଇଛନ୍ତି।

ଏହି ୩ ଜଣଙ୍କ ମଧ୍ୟରେ ଘଜୱତ-ଇ-ହିନ୍ଦର ଟପ କମାଣ୍ଡର ରହିଛି। ଗୋଟିଏ ପଟେ ଜମ୍ମୁ-କଶ୍ମୀରରେ କରୋନା ଆକ୍ରାନ୍ତ ବଢ଼ୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଯାଏ ଏଠାରେ ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୨ ଜଣ ସୁସ୍ଥ ହୋଇଛନ୍ତି ଓ ୫ ଜଣ ପ୍ରାଣ ହରାଇଛନ୍ତି।

[ad_2]
Show More
Back to top button