ଦେଶନ୍ୟୁଜ୍ବିଦେଶ

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା

ସତ୍ୟଶିଖା( ଇସଲାମାବାଦ )୦୯.୦୪.୨୦୨୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ। ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ପାକିସ୍ତାନ ସଂସଦରେ ହେବ ଭୋଟିଂ ହେବ। ଦିନ ୧୧ଟାରୁ ପାକିସ୍ତାନ ସଂସଦରେ ଆଲୋଚନା ଆରମ୍ଭ ହେବ ଓ ପରେ ମତଦାନ ହେବ। ପୂର୍ବରୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ଇମ୍ରାନ୍‌ ଭାରତକୁ ଉଚ୍ଚ ପ୍ରଶଂସା କରିଥିଲେ। ଭାରତର ବିଦେଶ ନୀତି ସ୍ୱତନ୍ତ୍ର, ଭାରତକୁ କେହି ହରାଇ ପାରିବେ ନାହିଁ । ଆଜି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି ବୋଲି ଇମ୍ରାନ କହିଥିଲେ। ଗଣତନ୍ତ୍ରର ସୁରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ ବୋଲି ଇମ୍ରାନ ଖାନ୍ କହିଥିଲେ। ଆମେରିକାର କୂଟନୀତିଜ୍ଞ ପାକିସ୍ତାନରେ ଶାସନ ପରିବର୍ତ୍ତନ ପାଇଁ ଧମକ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। “ଯଦି ଇମ୍ରାନ ଖାନ ହାରିଯାଆନ୍ତି, ତେବେ ପାକିସ୍ତାନକୁ କ୍ଷମା କରାଯିବ। ଆମେ ୨୨ କୋଟି ଲୋକ, ଏହା ଅପମାନଜନକ ଯେ ବିଦେଶରୁ କେହି ୨୨ କୋଟି ଲୋକଙ୍କୁ ନିର୍ଦ୍ଦେଶ ଦେଉଛି ବୋଲି ଇମ୍ରାନ ତାଙ୍କ ଅଭିଭାଷଣରେ କହିଥିଲେ।

Show More
Back to top button