Uncategorizedନ୍ୟୁଜ୍ରାଜ୍ୟଶିକ୍ଷା

ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ସତ୍ୟଶିଖା (ଭୁବନେଶ୍ୱର) ୩୦.୦୩.୨୦୨୨: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ରୁ ଅଧିକ ସହରର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଏସବୁକୁ ବିଚାରକୁ ନେଇ ରାଜ୍ୟ ସରକାର ଅପ୍ରେଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି  ।

ଏସଂକ୍ରାନ୍ତରେ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତିଯେ, ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅପ୍ରେଲ ୨ରୁ ସକାଳୁଆ ସ୍କୁଲ ପାଇଁ ନିଷ୍ପତି ନିଆଯାଇଛି  । ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ହେବ  ।

ସୂଚନାଯୋଗ୍ୟଯେ, କରୋନା ପାଇଁ ଗତ ଦୁଇବର୍ଷ ଧରି ସ୍କୁଲ କଲେଜ ବନ୍ଦ ରହିଥିଲା  । ଏବେ କିନ୍ତୁ ସ୍କୁଲ ଖୋଲିଗଲାଣି  । ସବୁ ଶ୍ରେଣୀର ପିଲା ଏବେ ଶ୍ରେଣୀଗୃହକୁ ଯାଇ ପାଠ ପଢ଼ୁଛନ୍ତି  । କରୋନା କଟକଣା ସହ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଚାଲିଛି  ।

Show More
Back to top button