ଶନିବାର ରାଶିଫଳ: କେମିତି କଟିବ ଆଜିର ଦିନଟି


ସତ୍ୟଶିଖା (ଭୁବନେଶ୍ୱର) ୨୬.୦୩.୨୦୨୨:
ମେଷ– ଦୂର ଦୃଷ୍ଟି ରଖି ଉନ୍ନତି ମୂଳକ କାର୍ଯ୍ୟାରମ୍ଭ କରିବା ଉଚିତ ହେବ । ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ରହିବ । ପରମାର୍ଥ ଚିନ୍ତା, ଉଦର ସମସ୍ୟା, ରାଜନୀତିରେ ସମ୍ମାନଜନକ ସ୍ଥିତି ଓ ବ୍ୟବସାୟରେ ଅଂଶଧନ ବଢିବାର ସୂଚନା। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ବୃଷ– ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହଚର୍ଯ୍ୟ ମିଳିବ । ଜ୍ଞାତି କୁଟୁମ୍ବରେ ବିରୋଧ ମାନସିକ ଶାନ୍ତି ଭଙ୍ଗ କରିପାରେ । ଭୂମି ଗୃହ ସମ୍ପର୍କୀୟ କ୍ଷତିର ଆଶଙ୍କା ଅଛି । କଥା ଓ କାମରେ ସମନ୍ୱୟ ରଖିବେ । ଦୂରଗମନରେ ଲାଭ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ମିଥୁନ – ସମସ୍ୟା ସବୁର ସହଜ ସମାଧାନ ମିଳିଯିବ । ଗୃହ ସାଜ ସଜ୍ଜା ଉପକରଣ କ୍ରୟ ମଙ୍ଗଳ କାମନା କରୁଥିବା ବନ୍ଧୁ ପ୍ରାପ୍ତି, ଅଗ୍ନିମାନ୍ଦ୍ୟ ପରି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭୋଗ, ଈଶ୍ୱର ଆରାଧ୍ୟନା ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରଗତି କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
କର୍କଟ–ଆକସ୍ମିକ ଭାବରେ ସ୍ୱାସ୍ଥ୍ୟ ସମସ୍ୟା ମନରେ ଦୁଃଶ୍ଚିନ୍ତା ଆଣିବ । କର୍ମ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ବନ୍ଧୁ ବର୍ଗରୁ ସହଯୋଗ, ସତକର୍ମରେ ନିଷ୍ଠା, କୁଟୁମ୍ବ ବିଷୟ ସୁଖ ସନ୍ତୋଷ ପାଇବେ । ରାଜନୀତିରେ ସ୍ଥିତି ସୁଦୃଢ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ସିଂହ –ଯୋଜନା ଅନୁସାରେ କାର୍ଯ୍ୟମାନ ସମ୍ପନ୍ନ କରିବେ । ପ୍ରିୟ ପରିଜନମାନେ ବେଳେ ବେଳେ ଅସୁବିଧା ଆଣିବେ । ଆର୍ଥିକ ସ୍ଥିତିରେ ଉନ୍ନତି, ବିଳାସ ଦ୍ରବ୍ୟକ୍ରୟ ଲୋକ କଲ୍ୟାଣରେ ଆଗ୍ରହ, ଆଧ୍ୟାତ୍ମିକ କାମରେ ନିଷ୍ଠା ଓ ଯାତ୍ରା ଶୁଭର ସମ୍ଭାବନା । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
କନ୍ୟା– କର୍ମକ୍ଷେତ୍ରରେ ପରୋକ୍ଷରେ ଶତ୍ରୁ ବଢିବେ । ଜ୍ଞାନ ବିଜ୍ଞାନରେ ଆଗ୍ରହ, ଗୃହ ନିର୍ମାଣା ଆଦି କର୍ମରେ ଅଗ୍ରଗତି, ସାମର୍ଥ୍ୟ ଅନୁସାରେ ମହତ କାମ କରି ପାରିବେ । ବ୍ୟବସାୟରେ ଉତ୍ତରୋତ୍ତର ଉନ୍ନତି, ପଡୋଶୀମାନେ ଆପଣା ସ୍ୱାର୍ଥରେ ରହିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ତୁଳା– ଅଭିଳଷିତ କାମନା ପୂରଣ କରିବେ । ଗୃହ ପରିବେଶରେ ସନ୍ତୋଷ, ମୂଲ୍ୟବାନ ଦ୍ରବ୍ୟଲାଭ ,ଈଶ୍ୱର ଆରାଧ୍ୟନା, ଦୂରଯାତ୍ରା ସଫଳ, ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ସମ୍ମାନ ହାନୀ ଯୋଗ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
ବିଛା– ଅଯଥା ଯୁ୍କ୍ତି ତର୍କ ଠାରୁ ଯଥା ସମ୍ଭବ ଦୂରତା ରକ୍ଷା କରିବା ଉଚିତ । ଯାନବାହାନରେ ଖର୍ଚ୍ଚ ବଢିବ । ସାଧାରଣ ବର୍ଗରୁ ସହଯୋଗ ପାଇବେ । ରାଜନୀତିରେ ଦୃଢସମର୍ଥନ, ମନୋବଳରେ ସାମର୍ଥ୍ୟ ପାଇବେ । ପାରିବାରିକ ସମ୍ପକରେ ଉତ୍ତମ ବୁଝାମଣା ରହିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଧନୁ –ମାନସିକ ଉଦବେଗରୁ ମୁକ୍ତ ରହିବେ । ପାରିବାରିକ ସ୍ନେହ ସଦ୍ଦିଚ୍ଛା, ଯାତ୍ରାଶୁଭ, ଗୃହରେ ଅତିଥି ଚର୍ଚ୍ଚା, ଉଚ୍ଚ ବର୍ଗ ସହିତ ସୁସମ୍ପର୍କ, ଦେବ କର୍ମରେ ନିଷ୍ଠା, ପତିତ ଅର୍ଥ ଉଦ୍ଧାର, ଶିକ୍ଷା ସହିତ ପ୍ରତିଯୋଗିତାରେ ବିଦ୍ୟାର୍ଥୀମାନେ ସଫଳ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।
ମକର– କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ କର୍ମ ନିଯୁକ୍ତି ଆଦି ମିଳିପାରେ । କର୍ତ୍ତବ୍ୟ ନିଷ୍ଠା ଯୋଗୁ ଏପରି ସୁଯୋଗ ମିଳିବ । ବନ୍ଧୁ ସମ୍ପର୍କରେ ଉନ୍ନତି, ପ୍ରଶସ୍ତ ଆୟ ସ୍ଥିର ବିଚାରରେ କାର୍ଯ୍ୟ ସାଧନ, ରାଜନୈତିକ କ୍ଷେତ୍ରରେ ସଫଳତା ପ୍ରାପ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
କୁମ୍ଭ -ଶୁଭା ଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଉତ୍ତମ ଦିଗଦର୍ଶକ ପାଇବେ । ଖଳବଳର ପ୍ରଭାବ ଯଥେଷ୍ଟ କମିବ କର୍ମକ୍ଷେତ୍ରରେ । ସ୍ୱାଧୀନ ଭାବରେ କାମ କରିବାରେ ସାମୟିକ ପ୍ରତିବନ୍ଧକ ଆସିବ । ଦୂରଯାତ୍ରାରେ ବ୍ୟୟ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ମୀନ – ପରିବାରରେ ଜଞ୍ଜାଳ ବଢିବ । ଆଇନ ଅଦାଲତର ରାୟ ସପକ୍ଷରେ ରହିବ । କର୍ମକ୍ଷେତ୍ରରେ ସ୍ୱାଧୀନ ଭାବରେ ନିଜସ୍ୱ ମତ ରଖି ପାରିବେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିର ସବୁ ଦ୍ୱାର ଅବରୁଦ୍ଧ ରହିବ । ଆଧ୍ୟାତ୍ମିକ କ୍ଷେତ୍ରରେ ନିଷ୍ଠା ବଢିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।