ଅପରାଧନ୍ୟୁଜ୍ରାଜ୍ୟ

ନାଇଜର ବିଲ୍ଡିଂ ଉପରୁ ଖସି ଛାତ୍ରୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ସତ୍ୟଶିଖା( ଭୁବନେଶ୍ୱର )୧୪.୦୩.୨୦୨୨ : ଭୁବନେଶ୍ୱର ନାଇଜର କ୍ୟାମ୍ପସରେ ଅଭାବନୀୟ ଘଟଣା । ଛାତ ଉପରୁ ଖସି ଛାତ୍ରୀଙ୍କ ମୃତ୍ୟୁ । ଛାତ୍ରୀ ଜଣଙ୍କ ପିଏଚଡି ଫିଜିକ୍ସ ବିଭାଗର ଛାତ୍ରୀ ଥିବା ଜଣାପଡିଛି।

ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏପେଟ ମୃତ ଛାତ୍ର୍ରୀଙ୍କ ନିକଟରୁ ଏକ ଡାଏରୀ ମିଳିଛି । ଯାହାକୁ ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀଙ୍କ ନାମ ପୂଜା ଜେଠୱାନୀ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Show More
Back to top button