ଅପରାଧନ୍ୟୁଜ୍ରାଜ୍ୟ

ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ସତ୍ୟଶିଖା( ଭୁବନେଶ୍ୱର )୧୪.୦୩.୨୦୨୨ : ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଉଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟ ମିଶ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ପାଞ୍ଚଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୋଲିସ୍ (ଡିଏସପି), ୧୧ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଉଛି।  ସୂଚନା ଅନୁସାରେ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟର ବଳରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ଢେଙ୍କାନାଳ, ଏବଂ ଅନୁଗୁଳ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ।  ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ମୁତାବକ ଅଜୟ ମିଶ୍ରଙ୍କ ପଟିଆରେ ଆବାସିକ ଭଡା ଘର, ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ତିନି ମହଲା ଘର, ଢେଙ୍କାନାଳ ତରିଣୀ ନାଗରରେ ତିନି ମହଲା ଗର, ଢେଙ୍କାନାଳ ସଦର ଏଳସୁଆ ମଉଜା ସ୍ଥିତ ବିଲ୍ଡିଂ, ଭୁବନେଶ୍ବରସ୍ଥିତ R & B ଡିଭିଜନ୍‌-IV ସ୍ଥିତ ଅଫିସ ଅନୁଗୁଳ ଜିଲ୍ଲା କଣିହା ସ୍ଥିତ ପୈତୃକ ଘରେ ରହିଛି । ବର୍ତ୍ତମାନ ଚଢାଉ ଜାରି ରହିଛି । କେତେ ପରିମାଣର ସମ୍ପତ୍ତି ଠାବ କରାଗଲାଣି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

Show More
Back to top button