ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ନବରଙ୍ଗପୁର ଓ କଳାହାଣ୍ଡିରେ ମୃଦୁ ଭୂମିକମ୍ପ

ସତ୍ୟଶିଖା(କଳାହାଣ୍ଡି /ନବରଙ୍ଗପୁର) ୦୩.୦୩.୨୦୨୨ :  ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ହୋଇଥିବା ଜଣାପଡ଼ିଛି। ମୃଦୁ ଭୂମିକମ୍ପ ଯୋଗୁ ୬ରୁ ୭ ସେକେଣ୍ଡ ଥରି ଉଠିଥିଲା ଭୂପୃଷ୍ଠ। ଫଳରେ  ଲୋକମାନେ  ଭୟଭୀତ  ହୋଇ ଘର ବାହାରକୁ ପଳାଇ ଆସିଥିଲେ। ଭୂମିକମ୍ପର କେନ୍ଦ୍ର ବିନ୍ଦୁ  ଜଣାପଡ଼ିନାହିଁ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଭୂମିକମ୍ପ ଯୋଗୁ ଅନେକ  ଲୋକଙ୍କ ଘରର କାନ୍ଥ ଫାଟିଯାଇଛି। ହେଲେ ବଡ଼ ଧରଣର କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ।

Show More
Back to top button