

ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ : ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ୬ ବିମାନରେ ଭାରତକୁ ୧୩୭୭ ଜଣ ଭାରତୀୟ ୟୁକ୍ରେନରୁ ଭାରତ ଫେରିଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ୟୁକ୍ରେନରୁ ପୋଲାଣ୍ଡ ଦେଇ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି । ସ୍ମୃତି ଇରାନୀ ଭାରତୀୟଙ୍କୁ ସ୍ୱାଗତ କରି କହିଛନ୍ତି, ତୁମର ପରିବାର ବ୍ୟାକୁଳ ଭାବେ ତୁମକୁ ଅପେକ୍ଷା କରିଛନ୍ତି । ଆପଣମାନେ ସାହସିକତା ପଦର୍ଶନ କରିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ସେ କହିଛନ୍ତି । ଏୟାର ଲିପ୍ଟ ହେବେ ୟୁକ୍ରେନରେ ଫସିଥିବା ଭାରତୀୟ । ଅପରେସନ୍ ଗଙ୍ଗାରେ ସାମଲ ହୋଇଛି ଭାରତୀୟ ବାୟୁସେନା । ରୋମାନିଆରୁ ଭାରତୀୟଙ୍କୁ ନେଇ ଆସିବ ସି-୧୭ ଏୟାରକ୍ରାଫ୍ଟ । ସି-୧୭ ଗ୍ଲୋବ ମାଷ୍ଟର ହିଣ୍ଡନ ଏୟାରବେସରୁ ରୋମାନିଆ ପାଇଁ ଉଡାଣ ଭରିଛି । ବାୟୁସେନାର ବିମାନରେ ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।