ଅପରାଧନ୍ୟୁଜ୍ରାଜ୍ୟ

ଖୋଲୁଛି ନକଲି ଡାକ୍ତର ରମେଶ ସ୍ୱାଇଁର ଗୁମର, ଆଜିଠୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ କରିବ ପୋଲିସ

ସତ୍ୟଶିଖା( ଭୁବନେଶ୍ୱର )୧୯.୦୨.୨୦୨୨ : ଦିନ ଯେତିକି ଗଡୁଛି ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁର ଗୁମର ସେତେ ଖୋଲିବାରେ ଲାଗିଛି । ପୋଲିସ ହାତରେ ଲାଗୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ବଢିଚାଲିଛି ଠକେଇ ଘଟଣା । ଏସବୁର ଆହୁରି ଗୁମର ଖୋଲିବା ପାଇଁ ପୋଲିସ ରମେଶକୁ ରିମାଣ୍ଡରେ ଆଣି ଖୋଳତାଡ କରିବ ।

ଆଜି ଠାରୁ ରମେଶକୁ ୫ ଦିନିଆ ରିମାଣ୍ଡରେ ଆଣି ଦୀର୍ଘ ୩୦ ବର୍ଷର ଇତିହାସ ଖୋଜିବ ପୋଲିସ । ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହି ଟିମ୍ ରାଜ୍ୟ ବାହାରକୁ ଯାଇ ଖୋଳତାଡ କରିବ । ରମେଶ ଯେଉଁ ମହିଳାଙ୍କୁ ବିବାହ କରିଛି ସେମାନଙ୍କ ଅଭିଯୋଗ ପୋଲିସ ଗ୍ରହଣ କରିବ ।

ତେବେ ରମେଶ ୧୭ ଜଣଙ୍କୁ ବିବାହ କରିଥିଲେ ମଧ୍ୟ ଆହୁରୀ ୧୦ ଜଣଙ୍କୁ ବିବାହ କରିବାକୁ ଯୋଜନା କରିଥିଲା । ରମେଶଙ୍କ ମୋବାଇଲ ଫୋନ୍ ଚାଟିଂ ଓ କଲ ଡିଟେଲ୍ସରୁ ଜଣିବାକୁ ମିଳିଛି । ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ଜଣାପଡିଛି । ରମେଶ ବିବାହ ପ୍ରତିଶୃତି ଦେଇଥିବା ମହିଳାଙ୍‌କ ସଂଖ୍ୟା ଏବେ ଯାଏଁ ୩୭ରେ ପହଞ୍ଚିଥିବା ପୋଲିସ କହିଛି ।

Show More
Back to top button