ନ୍ୟୁଜ୍ରାଜନୀତିରାଜ୍ୟ

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ସତ୍ୟଶିଖା (ଭୁବନେଶ୍ୱର) ୧୮.୦୨.୨୦୨୨: ସାରା ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଫରୀ ୧୬ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ । ସେପଟେ ଆଉ ଦିନକ ପରେ ରାଜ୍ୟରେ ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ୨୦ ତାରିଖରେ ତୃତୀୟ ପର୍ୟ୍ୟାୟରେ ନେତା ବାଛିବ ଗାଁ । ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ତୃତୀୟ ପର୍ୟ୍ୟାୟରେ ରାଜ୍ୟରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ । ୧୩୮୨ ସରପଞ୍ଚ, ସମିତି ସଭ୍ୟ ଏବଂ ୧୮ହଜାର ୪୯୫ଟି ଓ୍ବାର୍ଡରେ ହେବ ଭୋଟିଂ ।

ତୃତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ୫୬ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଆସନ୍ତାକାଲି ପ୍ରତି ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି  । ଅନ୍ୟପକ୍ଷରେ ନିର୍ବାଚନ ପାଇଁ ଶେଷ ମୁହୂର୍ତ୍ତରେ ଜୋରସୋରରେ ଚାଲିଛି ପ୍ରଚାର । ଗାଁ ଦାଣ୍ଡରେ ବୁଲୁଛନ୍ତି ହେଭିଓ୍ବେଟ୍ । ଘରକୁ ଘର ବୁଲି ଭୋଟ୍ ହାତେଇବାକୁ ଅନ୍ତିମ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ।

Show More
Back to top button