ନ୍ୟୁଜ୍ରାଜ୍ୟଶିକ୍ଷା

ଅଫଲାଇନ୍ ପରୀକ୍ଷା ବାତିଲ ଦାବିରେ ଶୈଳବାଳା କଲେଜ ଛାତ୍ରୀଙ୍କ ଧାରଣା

ସତ୍ୟଶିଖା( କଟକ )୧୭.୦୨.୨୦୨୨ :ଅଫ୍‌ଲାଇନ୍ ପରୀକ୍ଷା ବାତିଲ ସହ ଅନ୍‌ଲାଇନରେ ସେମିଷ୍ଟର ପରୀକ୍ଷା କରିବା ଦାବି ନେଇ ବୁଧବାର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀମାନେ ଧାରଣାରେ ବସିଥିଲେ । ଏଥିସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତୃତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରମାନଙ୍କର ୫ ମ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ଫେବୃଆରୀ ୨୩ ରୁ ଆରମ୍ଭ ହେବାର କାଯ୍ୟକ୍ରମ ରହିଛି ।

ତେବେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସମଗ୍ର ସେମିଷ୍ଟାର ପାଇଁ ପାଠ୍ୟକ୍ରମ କଲେଜରେ ମାତ୍ର ତିନିମାସ ମଧ୍ୟରେ ଶେଷ ହୋଇଛି ଏବଂ ତେଣୁ ସେମାନେ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ପାଇ ନାହାଁନ୍ତି। ଆନ୍ଦୋଳନକାରୀ ଛାତ୍ର କହିଛନ୍ତି, “ଗତକାଲି ଆମର ପାଠ୍ୟକ୍ରମ ସମାପ୍ତ ହୋଇଛି ଏବଂ ପରୀକ୍ଷା ଫେବୃଆରୀ ୨୩ ପାଇଁ ଧାର୍ଯ୍ୟ କରାଯାଇଛି। ଆମେ ଏତେ ସ୍ୱଳ୍ପ ନୋଟିସରେ କିପରି ପ୍ରସ୍ତୁତ ହୋଇପାରିବା? ଏହା ସମ୍ଭବ ନୁହେଁ। ”

ସେହିଭଳି ଅନ୍ୟ ଜଣେ ଛାତ୍ର କହିଛନ୍ତି, “ଆମେ ଚାହୁଁ ଆମର ପରୀକ୍ଷା ଅନଲାଇନ୍ ମୋଡରେ କରାଯାଉ। ସେମାନେ ଶୀଘ୍ର ପାଠ୍ୟକ୍ରମ ସମାପ୍ତ କଲେ; ଆମେ ପରୀକ୍ଷା ପାଇଁ ହାଜର ହେବାକୁ ପ୍ରସ୍ତୁତ ନୁହେଁ । ତେବେ ଅଧ୍ୟକ୍ଷା ପ୍ରଫେସର ଡ . ସୁରେଖା ସୁନ୍ଦରୀ ସ୍ଵାଇଁ ପହଞ୍ଚି ଧାରଣାରତ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।

ଅଫ୍‌ଲାଇନରେ ପରୀକ୍ଷା କରିବା କଲେଜର ନିଷ୍ପତ୍ତି ନୁହେଁ। ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଅଧ୍ୟକ୍ଷା ସ୍ଵାଇଁ ଛାତ୍ରୀମାନଙ୍କୁ କହିଥିଲେ। ହେଲେ ଛାତ୍ରୀମାନେ ଧାରଣାରୁ ନ ଓହରି ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରବର୍ତ୍ତୀ ସମୟରେ ଲାଲବାଗ ଥାନା ଅଧିକାରୀ ରବିନାରାୟଣ ଭଞ୍ଜ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Show More
Back to top button