ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୩ ହଜାର ତଳେ ଆକ୍ରାନ୍ତ ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର ) ୦୪.୦୨.୨୦୨୨ : ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଖସୁଛି ସଂକ୍ରମଣ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୨, ୬୯୭ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ  କ୍ୱାରେଣ୍ଟାଇନ୍‌ରୁ ୧,୫୬୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୧୨୯ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୩୫ ଚିହ୍ନଟ ହୋଇଛନ୍ତି।  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ସୁନ୍ଦରଗଡ଼ରୁ ୨୯୧, କଟକରୁ ୧୩୮, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବଲାଙ୍ଗିରରୁ ୯୮, ନୟାଗଡ଼ରୁ ୯୬, କଳାହାଣ୍ଡିରୁ ୯୫, ସମ୍ବଲପୁରରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୫, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୩, ଭଦ୍ରକରୁ ୪୮,  ବୌଦ୍ଧରୁ ୪୮,   ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୪୦, ଗଜପତିରୁ ୫୯, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭,   ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୯୫, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୪୪, କୋରାପୁଟରୁ ୪୧, ମାଲକାନଗିରିରୁ ୧୮,  ନବରଙ୍ଗପୁରରୁ ୭୫,  ନୂଆପଡ଼ାରୁ ୫୫, ପୁରୀରୁ ୬୩, ରାୟଗଡ଼ାରୁ ୮୫,  ସୋନପୁରରୁ ୨୯ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୨୨ ହଜାର ୮୬୭ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ଅଛି ୩୦,୪୯୩ ।

Show More
Back to top button