

ସତ୍ୟଶିଖା(କେନ୍ଦୁଝର ) ୩୧.୦୧.୨୦୨୨ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ଡାଏଲେସିସ ରୁମରେ ଅଗ୍ନିକାଣ୍ଡ ଯୋଗୁଁ ରୋଗୀ ଅସ୍ତବ୍ୟସ୍ତ ହୋଇଛନ୍ତି । ଧୂଆଁ ଭିତରେ ଅସ୍ତବ୍ୟସ୍ତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଡାଏଲେସିସ ରୁମରୁ ୧୧ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ମେଡିକାଲ କର୍ମଚାରୀ ନିଆଁ ଲିଭାଇଛନ୍ତି ।