ନ୍ୟୁଜ୍ରାଜ୍ୟ

ଆବାସ ଯୋଜନାରେ ଓଡିଶାକୁ ଅବହେଳା, କେନ୍ଦ୍ରକୁ ଚିଠି ଲେଖିଲେ ପ୍ରତାପ

ସତ୍ୟଶିଖା(ଭୁବନେଶ୍ୱର ) ୩୧.୦୧.୨୦୨୨ : ପୁଣି ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗ । ଘର ନେଇ ପୁଣି କେନ୍ଦ୍ରକୁ ରାଜ୍ୟର ଚିଠି । ଏବେ ବି ଲକ୍ଷାଧିକ ଗରିବ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ଅଛନ୍ତି । ତେଣୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ମିଳୁ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଆବାସ ଯୋଜନାରେ ଅବହେଳା ନେଇ କେନ୍ଦ୍ରକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପଙ୍କ ଚିଠି ଏଯାଏଁ ଅନେକ ଫନି ପ୍ରଭାବିତଙ୍କୁ ଯୋଜନାରେ ଘର ମିଳିନାହିଁ । କେନ୍ଦ୍ରୀୟ ପୋର୍ଟାଲ ବନ୍ଦ ଥିବାରୁ ହିତାଧିକାରୀଙ୍କ ଡାଟା ଅପଲୋଡ ହୋଇପାରିନି । ତେଣୁ ପୋର୍ଟାଲ ଖୋଲାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହା ସହ ଚିଠିରେ ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

1. ଆବାସ ସହିତ ରାଷ୍ଟ୍ରାୟତ୍ତ ଗ୍ରାମୀଣ ହାଉସିଂ ପୋର୍ଟାଲରେ 6.65 ଲକ୍ଷ ହିତାଧିକାରୀଙ୍କ ତଥ୍ୟକୁ ପୋର୍ଟାଲରେ ସାମିଲ ପାଇଁ ଚିଠିରେ ଉଲ୍ଲେଖ୍ୟ ।

2. ବାତ୍ୟା ଫନି 1.84 ଲକ୍ଷ ପ୍ରଭାବିତଙ୍କୁ ସ୍ବତନ୍ତ୍ର PMAY (G) ଘରଗୁଡିକ ପାଇଁ ୨୦୨୯ରୁ ପ୍ରତିଶ୍ରୁତି ମିଳିଛି ହେଲେ ତାହା ପୂରଣ ହୋଇନାହିଁ ।

୩. ଯୋଗ୍ୟ ପରିବାରର ନାମ ଅନ୍ତର୍ଭୂକ୍ତ କରିବା ପାଇଁ କିଛି ସମୟ ପାଇଁ ଆବାସ୍ + ୱିଣ୍ଡୋ ପୋର୍ଟାଲ ଖୋଲାଯାଉ ।

ସେପଟେ କର୍ଣ୍ଣାଟକରେ ଏମ୍ଆଇଏସ୍‌ ପୋର୍ଟାଲରେ ତଥ୍ୟ ଅପଲୋଡ କରିବାକୁ ଅନୁମତି ମିଳିଛି । କର୍ଣ୍ଣାଟକର ଦାବିକୁ ଜାନୁଆରୀ ୧୩ରେ ପୂରଣ କରାଯାଇଛି ହେଲେ ଓଡିଶା ଦାବିକୁ ଅଣଦେଖା କରାଯାଇଛି । ରାଜ୍ୟର ବାରମ୍ବାର ଅନୁରୋଧକୁ ଅଣଦେଖା କରିବା ଅନୁସୂଚିତ ଅଞ୍ଚଳରେ ରହୁଥିବା ତଥା କେବିଏକ ଅଞ୍ଚଳ ତଥା ପାଶ୍ଚାତ୍ୟ ଅଞ୍ଚଳର ଗରିବ ଲୋକଙ୍କୁ ଯୋଗ୍ୟ ବିବେଚିତ କରିବା ପାଇଁ ଲକ୍ଷ ଲକ୍ଷ ଆଦିବାସୀ ହିତାଧିକାରୀଙ୍କୁ ବଞ୍ଚିତ ହୋଇଛନ୍ତି ।

ଏହାଦ୍ବାରା ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳ ଅଧିବାସୀ ଅଧିକ ପ୍ରଭାବିତ ହେବେ । ତୁରନ୍ତ ଓଡିଶାବାସୀଙ୍କ ଏ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଉ । ଶୀଘ୍ର ଏ ଅବହେଳା ଦୂର ହେଉ ବୋଲି ଚିଠିରେ ଲେଖିଛନ୍ତି ପ୍ରତାପ ।

Show More
Back to top button