

ସତ୍ୟଶିଖା (କଟକ ) ୨୭.୦୧.୨୦୨୨ :ବିଡ଼ାନାସୀ ଥାନା କନିକା ଛକରେ ବୀଭତ୍ସ ହତ୍ୟାକାଣ୍ଡ। କଟକରେ ମା’କୁ କଟୁରୀରେ ହାଣି ହତ୍ୟା କଲା ପୁଅ। ମୃତକ କନିକା ରାଜାଙ୍କ ନାତୁଣୀ ବୋହୁ ପରେଶ କୁମାରୀ ଭଞ୍ଜଦେଓ। ଅଭିଯୁକ୍ତକୁ ଅଟକ ରଖି ପୁଲିସର ପଚରାଉଚୁରା ଚାଲିଛି।
ସୂଚନା ଅନୁସାରେ କିଛି ଦିନ ହେବ ଜମିବାଡ଼ିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ କୁମାରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୁଲିସକୁ ଖବର ମଧ୍ୟ ଦିଆଯାଇଥିଲା। ତେବେ ପୁଲିସ ଗୋପାଳକୁ ତାଗିଦ କରି ଛାଡ଼ିଦେଇଥିଲେ। ଆଜି ସକାଳେ ଗୋପାଳ ଏକ ଧାରୁଆ ଅସ୍ତ୍ରରେ ପରେଶ କୁମାରୀଙ୍କୁ ହତ୍ୟା କରିଛି। ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।