ରାଜ୍ୟ

କରୋନା ଯୋଦ୍ଧା ପ୍ରାଣ ହରାଇଲେ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର (ସତ୍ୟଶିଖା): ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ରୋଗୀଙ୍କ ଚିକିତ୍ସା କଲା ବେଳେ ଏହି କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେବା ବେଳେ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, କରୋନା ରୋଗୀଙ୍କୁ ଚିକିତ୍ସା କଲା ବେଳେ ଯଦି କୌଣସି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଚାଲିଯାଏ, ତା’ହେଲେ ସେମାନଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ସେହିପରି ଅବସର ଯାଏ ସେମାନଙ୍କ ପରିବାର ଲୋକଙ୍କୁ ପୂରା ଦରମା ବି ମିଳିବ। ଏହାସହ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା କରାଯିବ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଡାକ୍ତର ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ କଡ଼ା ନିନ୍ଦା କରିଛନ୍ତି। ଏଥିସହ ସେ ଆକ୍ରମଣକାରୀଙ୍କୁ ଚରମ ଚେତାବନୀ ଦେଇଛନ୍ତି।

ନବୀନ କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ‌ଆକ୍ରମଣ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ। ଡାକ୍ତରଙ୍କୁ ଆକ୍ରମଣ କଲେ କିମ୍ବା କାର୍ଯ୍ୟରେ ବାଧା ଦେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆକ୍ରମଣକାରୀଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗୁ କରାଯିବ। କରୋନା ଯୋଦ୍ଧାଙ୍କ ପଛରେ ସାରା ରାଜ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏନଏସଏ ସାଧାରଣତଃ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ନାଁରେ ଲାଗୁ ହୋଇଥାଏ।

[ad_2]
Show More
Back to top button