ଦେଶ

ଅରୁଣାଚଳକୁ ନିଜର ବୋଲି କହି ମ୍ୟାପ ପ୍ରସ୍ତୁତ କଲା ଚାଇନା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ଏବେ ନୂଆ ଭେଳିକି ଦେଖାଇଛି। ଚାଇନା ସରକାର ବର୍ତ୍ତମାନ ନୂଆ ମ୍ୟାପ ତିଆରି କରିଛନ୍ତି। ଏଥିରେ ଅରୁଣାଚଳ ପ୍ରଦେଶକୁ ଚାଇନା ନିଜ ସୀମା ଭିତରେ ଥିବା ଏକ ଅଞ୍ଚଳ ଭାବେ ଦର୍ଶାଇଛି। ଚାଇନାର ସ୍କାଏ ମ୍ୟାପ ଏଭଳି ନୂଆ ମାନଚିତ୍ର ପ୍ରକାଶ କରିଛି।

ସ୍କାଏ ମ୍ୟାପ ଚାଇନାର ଜାତୀୟ ସର୍ଭେକ୍ଷଣ ଓ ମ୍ୟାପିଂ ଜିଓଗ୍ରାଫି ଇନଫରମେସନ ବ୍ୟୁରୋ ଦ୍ୱାରା ପରିଚାଳିତ। ସ୍କାଏ ମ୍ୟାପ ନୂଆ କରି ଚାଇନାର ମାନଚିତ୍ର ଜାରି କରିଛି। ଚାଇନା ସୀମାରେ ପୂର୍ବରୁ ରହି ନଥିବା କିଛି ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଏହା ମଧ୍ୟରେ ଭାରତର ଅରୁଣାଚଳ ପ୍ରଦେଶ ରହିଛି।

ଆହୁରି ପଢ଼ନ୍ତୁ

ତିବ୍ବତର ଉତ୍ତରପୂର୍ବ ସୀମାନ୍ତରେ ଅରୁଣାଚଳ ପ୍ରଦେଶ ରହିଛି। ୧୯୧୩-୧୪ରେ ଏହା ବ୍ରିଟିଶ ଇଣ୍ଡିଆର ଅଂଶ ବିଶେଷ ରହିଥିଲା। ୧୯୩୮ରେ ମ୍ୟାକମୋହନ ଲାଇନ ଭାରତ ଓ ତିବ୍ବତ ସୀମାରେ ଟଣା ଯାଇଥିଲା। ଏହି ସମୟରେ ଅରୁଣାଚଳ ପ୍ରଦେଶକୁ ଭାରତରେ ସାମିଲ କରାଯାଇଥିଲା।

୧୯୫୧ରେ ଚାଇନା ତିବ୍ଦତକୁ ଦଖଲ କରିଥିଲା। ସେବେଠାରୁ ଚାଇନା ନିୟମିତ ଭାବେ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରି ଆସୁଛି। ଚାଇନା ପୂର୍ବରୁ ଭାରତ ଦଖଲରେ ଥିବା ଅକସାଇ ଚୀନକୁ ଦଖଲ କରି ନେଇଛି।

[ad_2]
Show More
Back to top button