ଦେଶନ୍ୟୁଜ୍

ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ପ୍ରତିମୂର୍ତ୍ତି

ସତ୍ୟଶିଖା(ନୂଆଦିଲ୍ଲୀ ) ୨୧.୦୧.୨୦୨୨ : ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ପ୍ରତିମୂର୍ତ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୁଚନା ଦେଇଛନ୍ତି । ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ।

ଗ୍ରାନାଇଟ୍‌ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସୁଚନା ଦେଲେ ମୋଦି । କିନ୍ତୁ ଗ୍ରାନାଇଟ୍ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହୋଲୋଗ୍ରାପ୍ ଷ୍ଟାଚ୍ୟୁ ଲାଗିବ । ହୋଲୋଗ୍ରାମ୍ ଷ୍ଟାଚ୍ୟୁ ୨୩ ତାରିଖରେ ନେତାଜୀଙ୍କ ଜୟନ୍ତୀ ଅବସରରେ ଅନାବରଣ ହେବ ।

ଅନ୍ୟ ପଟେ ଆଜିଠୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି । ଆଜିଠାରୁ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ । ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି ।

୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ବୀର ଯୋଦ୍ଧାମାନେ ବଳିଦାନ ଦେଇଥିଲେ ।

ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟରେ ନିର୍ମାଣ କରାଯାଇଥିଲା । ତେବେ ରାଜଧାନୀ ଦିଲ୍ଲୀରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ଏକ ପରିଚୟ ହୋଇରହିଥିଲା । ଯାହା ଏବେ ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ । ଗଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ନିଆଁରେ ବିଲୟ କରାଯିବ ।

Show More
Back to top button