ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଭୟଙ୍କର ହୋଇପାରେ ଓମିକ୍ରନ: ସ୍ବାସ୍ଥ୍ୟ ବିଶେଷଜ୍ଞ

ସତ୍ୟଶିଖା(ଭୁବନେଶ୍ୱର ) ୨୧.୦୧.୨୦୨୨ : କରୋନା ଭୂତାଣୁର ଓମିକ୍ରନ ପ୍ରକରଣ ଯୋଗୁଁ ସମଗ୍ର ବିଶ୍ବରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏହାକୁ ନେଇ ସତର୍କ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଚେତାବନୀ ଦେଲାଣି। ଓମିକ୍ରନ ଭୂତାଣୁ ସଂକ୍ରମିତଙ୍କଠାରେ ବିଶେଷ ଜଟିଳତା ଦେଖାଯାଇ ନ ଥିଲେ ମଧ୍ୟ ଭବିଷ୍ୟତରେ ଏହା ଲକ୍ଷଣ ବଦଳାଇ ଭୟଙ୍କର ଯେ ନ ହୋଇପାରେ ତାହା ଏବେଠୁ କହିହେବ ନାହିଁ ବୋଲି କଟକ ବଡ଼ ଡାକ୍ତରଖାନାର ଛାତିରୋଗ ବିଶେଷଜ୍ଞ ପ୍ରଫେସର ଡା. ଜ୍ୟୋତି ପଟ୍ଟନାୟକ କହିଛନ୍ତି। ଓମିକ୍ରନର କ’ଣ କ’ଣ ପ୍ରଭାବ ରହିବ ତାହା ସଂକ୍ରମଣର ୩ ରୁ ୮ ସପ୍ତାହ ପରେ ଜଣାପଡ଼ିବ। ତେଣୁ ଏବେଠୁ ତାହା ବିପଜ୍ଜନକ କି ନୁହେଁ କହିବା ଠିକ ନୁହେଁ। ଓମିକ୍ରନ ବିପଜ୍ଜନକ ହେଉ ବା ନ ହେଉ ସର୍ବଦା କରୋନା ନିୟମାବଳୀ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହିତ ଡେଲ୍ଟା ଭୂତାଣୁ ପୂରାପୂରି ଯାଇନି। ଦ୍ବିତୀୟ ଲହରକୁ ଅଧିକ ଜଟିଳ କରିଥିବା ଏହି ଭୂତାଣୁ ଦ୍ବାରା ଏବେବି ବହୁ ରୋଗୀ ସଂକ୍ରମିତ ହୋଇ ଆସୁଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ଭର୍ତ୍ତି କରାଯାଉଛି ବୋଲି ସେ କହିଛନ୍ତି। ତେବେ ଯେଉଁ ରୋଗୀଙ୍କର ପାଖରେ କରୋନାର ସ୍ବଳ୍ପ ଲକ୍ଷଣ ଅଛି ସେମାନେ ଅଧିକ ଜଟିଳ ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ଡାକ୍ତର ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Show More
Back to top button