ନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ : ଆଖି ବୁଜିଲେ ତିନୋଟି ଭାରତୀୟ ମୟୁର

ସତ୍ୟଶିଖା (ବାରଙ୍ଗ)୧୯.୦୧.୨୦୨୨: ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ । ମେଟ୍ରାଟିକ୍ ଇଣ୍ଟରିକ୍ ନାମକ ବାକ୍ଟ୍ରିଆ ସଂକ୍ରମଣ ଯୋଗୁଁ ଆଖି ବୁଜିଲେ ତିନୋଟି ଭାରତୀୟ ମୟୁର । ଶୀତ ବୃଦ୍ଧି ହେବାରୁ ବିଭିନ୍ନ ଖୁଆଡରୁ ତିନୋଟି ମୟୁର ସମେତ ଅନ୍ୟାନ ପକ୍ଷୀଙ୍କ ମୃତ୍ୟୁ ହେଉଥିବା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି । ମୃତ ମୟୁରଙ୍କ ମରଶରୀର ବ୍ୟବଚ୍ଛେଦ ପାଇଁ ଓୟୁଏଟି ପଠାଯାଇଛି । ବାର୍ଡ ଫ୍ଲୁ ହେବାର ଆଶଙ୍କା ଥିବା ନେଇ ବିଭିନ୍ନ ପକ୍ଷୀ ଖୁଆଡରୁ ମଳ, ମୂତ୍ର ଲାଳ ଓ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ସେଣ୍ଟର ଫର ଓ୍ବାଇଲ୍ଡ ଲାଇଫକୁ ପଠାଯାଇଛି ।

ନନ୍ଦନକାନନ ଭେଟେନାରୀରେ କୃତ୍ରିମ ଉପାୟରେ ସୃଷ୍ଟି ହୋଇଥିବା ୬ଟି ମୟୁର ମଧ୍ୟରୁ ୩ଟିର ମୃତ୍ୟୁ ପରେ ଅନ୍ୟମାନେ ଅସୁସ୍ଥ ଅଛନ୍ତି । ଏବେ ଖୁଆଡରେ ୪ଟି ଧଳା ମୟୁର ଓ ୪ଟି ଦେଶୀ ସାଧାରଣ ରଙ୍ଗର ମୟୁର ରହିଛନ୍ତି । ନନ୍ଦନକାନନରେ ଅଳ୍ପ ମୟୁର ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Show More
Back to top button