ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ରୂପ ବଦଳାଉଛି କରୋନା, ଏହା ହେଉଛି କୋଭିଡର ନୂଆ ଲକ୍ଷଣ

ସତ୍ୟଶିଖା(ନୂଆଦିଲ୍ଲୀ ) ୧୨.୦୧.୨୦୨୨ :: କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଲୋକମାନେ ଏବେ ନୂଆ ନୂଆ ଲକ୍ଷଣ ବିଷୟରେ ରିପୋର୍ଟ କରୁଛନ୍ତି, ଯେମିତି କି ଗୋଡ଼ ବିନ୍ଧିବା ଓ ଗଳା କୁଣ୍ଡେଇ ହେବା ଇତ୍ୟାଦି । ଗତ ୨୪ ଘଣ୍ଟାରେ ବେଙ୍ଗାଲୁରୁରେ ୯,୦୨୦ ନୂଆ ମାମଲା ରିପୋର୍ଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଗୃହ-ସଂଗରୋଧରେ ରହିଛନ୍ତି । ବିବିଏମପିର ହୋମ୍ ଆଇସୋଲେସନ ସ୍କ୍ୱାଡକୁ ଏହି ଲୋକମାନେ ପାଦରେ ଭୀଷଣ ଯନ୍ତ୍ରଣା ହେବା ଅଭିଯୋଗ କରିଛନ୍ତି । ବିବିଏମପି ତଥ୍ୟ ଅନୁସାରେ, ଜାନୁଆରି ୯ ସୁଦ୍ଧା ୫୮ ଜଣ ସରକାରୀ ମେଡିକାଲ କଲେଜରେ ଏବଂ ୧୦୧ ଜଣ ସରକାରୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଛନ୍ତି ।

ତେବେ ଗୋଡ଼ ଆଙ୍ଗୁଠି ଠାରୁ ଆଣ୍ଠୁ ପର୍ଯ୍ୟନ୍ତ କାହିଁକି ବିନ୍ଧା ହେଉଛି, ଡାକ୍ତରମାନେ ଜାଣିପାରୁ ନାହାନ୍ତି । ଏପରି କି ମୃଦୁ ଲକ୍ଷଣ ଥିବା ଲୋକମାନେ ବି ଏପରି ବିନ୍ଧା ହେଉଥିବା ଅଭିଯୋଗ କରୁଛନ୍ତି । ମାତ୍ର ଏଇ କିଛିଦିନ ହେଲା ଏପରି ନୂଆ ଅଭିଯୋଗମାନ ଆସୁଛି । ସଂକ୍ରମଣର ଦିନକ ପରେ ବିନ୍ଧା ଆରମ୍ଭ ହେଉଛି ଓ ତୃତୀୟ ଦିନ କମୁଛି । ଗଳା କୁଣ୍ଡେଇ ହେବା ଲକ୍ଷଣ ଗୋଟିଏ ଦିନ ରହୁଛି ।

Show More
Back to top button