

ସତ୍ୟଶିଖା (କଣ୍ଟାବାଞ୍ଜି) ୧୫.୧୨.୨୦୨୧: କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବହୁ ଚର୍ଚ୍ଚିତ ମମିତା ହତ୍ୟାରେ ଗିରଫ ହୋଇ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଥିବା ଗୋବିନ୍ଦ ସାହୁଙ୍କ ଜାମିନ ଆଦେବନର ଶୁଣାଣି ଥିଲା । ସରକାରୀ ଓକିଲ କାନନ କିଶୋର ପଣ୍ଡା ପୋଲିସ ଦେଇଥିବା କେସ ଡାଏରୀକୁ ଭଲ କି ପଢିବା ପାଇଁ କୋର୍ଟକୁ ୧୫ ଦିନ ସମୟ ମାଗିଥିଲେ । କଣ୍ଟାବାଞ୍ଜି ଏଡିଜେ ସରକାରୀ ଓକିଲଙ୍କୁ ୭ ଦିନର ସମୟ ଦେଇଛନ୍ତି । ପରବର୍ତ୍ତୀ ଜାମିନ ଆବେଦନ ଶୁଣାଣି ୨୧ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ତେବେ ଠିକ ସମୟରେ ପୋଲିସ କେସ ଡାଏରୀ ଦାଖଲ କରିନଥିବା ଯୋଗୁଁ ବୁଧବାର ଜାମିନ ଆଦେବନର ଶୁଣାଣି ହୋଇ ପାରିଲାନାହିଁ ବୋଲି ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ ଶର୍ମା କହିଛନ୍ତି । ପୋଲିସ କେସ ଡାଏରୀ କୋର୍ଟରେ ଦାଖଲ କରିବା ପୂର୍ବରୁ ତାହା ସରକାରୀ ଓକିଲଙ୍କୁ ଦିଆଯାଇଥାଏ । ପୋଲିସ କେସ ଡାଏରୀ ମୋ ପାଖରେ ଅଛି ମୁଁ ପଢିଲା ପରେ କୋର୍ଟରେ ଉପସ୍ଥାପନ କରିବି ବୋଲି କହିଛନ୍ତି ସରକାରୀ ଓକିଲ ।
ବର୍ତ୍ତମାନ ସମୟରେ ଗୋବିନ୍ଦ ସାହୁ ଏବଂ ତାର ମୁଖ୍ୟ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମଏଫସିରେ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ଜାମିନ ଉପର କୋର୍ଟ ଅର୍ଥାତ କଣ୍ଟାବାଞ୍ଜି ଏଡିଜେରେ ଆବେଦନ କରାଯାଇଥିଲା ।