ନ୍ୟୁଜ୍ରାଜ୍ୟଶିକ୍ଷା

ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ, ୧୫ରୁ ପଞ୍ଜୀକରଣ

ସତ୍ୟଶିଖା(ଭୁବନେଶ୍ୱର) ୧୩.୧୨.୨୦୨୧:  ରାଜ୍ୟର ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ ଦିଆଯିବ କୋଚିଂ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ରାଜ୍ୟର ୩୦ ଜିଲ୍ଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା କୋଚିଂ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ ଦିଆଯିବ କୋଚିଂ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ଅନୁଯାୟୀ, ଏହି ଛାତ୍ରଛାତ୍ରୀଙ୍କୁ ମେଡିକାଲ (ନିଟ୍), ଆଇଆଇଟି, ଜେଇଇ (ଇଞ୍ଜିନିୟରିଂ) ଓ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂ ଦିଆଯିବ। ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀମାନେ ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ। ସେମାନେ unacademy.com/scholarship/odisha-scholarship-test କୁ ଲଗ୍ଇନ୍ କରି ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିପାରିବେ।

Show More
Back to top button