ନ୍ୟୁଜ୍ପର୍ଯ୍ୟଟନରାଜ୍ୟ

କୋଣାର୍କ-ପୁରୀ ଇକୋରିଟ୍ରିଟକୁ ଆଉ ୫ ଦିନ: ଜୋର୍‌ଦାର୍‌ ଚାଲିଛି ପ୍ରସ୍ତୁତି

ସତ୍ୟଶିଖା(ଭୁବନେଶ୍ୱର) ୧୦.୧୨.୨୦୨୧: ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ୫ଦିନ ପରେ ଆରମ୍ଭ ହେବ ଇକୋ ରିଟ୍ରିଟ । ଏହି ଉତ୍ସବ ତିନି ମାସ ଧରି ଚାଲିବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟ ପ୍ରବେଶ ପଥରେ ତୋରଣ, ସେଲଫି ପଏଣ୍ଟ, କନଫରେନ୍ସ ଓ ରିସେପ୍ସନ ପାଇଁ ବଡ ହଲ ନିର୍ମାଣ,ପାନୀୟ ଜଳ ବ୍ୟବସ୍ଥା, ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାମାର୍ଗରେ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟ ଚାଲୁ ରହିଛି । ସମୁଦ୍ର କୂଳରୁ ୩୦ ମିଟର ବାଦ ଦେଇ ବେଳାଭୂମିରେ ୭୦ ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ ଶେଷ ପର୍ଯ୍ୟାୟରେ । ଏହି ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରୀଯାପନ ନିମନ୍ତେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ଏହା ବ୍ୟତୀତ ସର୍ଫିଗ, ବିଭିନ୍ନ ସାମୁଦ୍ରିକ କ୍ରିଡା, ପାରାସେଲିଂର ମଜା ଉଠାଇବା ସହିତ ଯୋଗଭିତ୍ତିକ କାର୍ଯ୍ୟକ୍ରମ ରହିଛି । ବେଳାମାର୍ଗ ନିକଟରେ ଯାନବାହନ ପାର୍କିଂ କରିବା ପାଇଁ ବ୍ୟବସ୍ଥା ହୋଇଛି । ପର୍ଯ୍ୟଟକମାନେ ବ୍ୟାଟେରୀ ଚାଳିତ ଗାଡିରେ ଉତ୍ସବସ୍ଥଳକୁ ଆସିବେ । ଆସନ୍ତା ୧୫ ତାରିଖରେ ଇକୋ ରିଟ୍ରିଟ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ୟକୁ ଜୋରଦାର କରାଯାଇଥିବା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ପୂର୍ବରୁ ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ବିଭାଗୀୟ ଅଧିକାରୀଗଣ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରି ଫେରିଥିଲେ।

Show More
Back to top button