ଦେଶନ୍ୟୁଜ୍ରାଜ୍ୟ

ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକ ମୃତ

ସତ୍ୟଶିଖା( ପାତ୍ରପୁର) ୧୦.୧୨.୨୦୨୧: ଜରଡା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ଆନ୍ଧ୍ର କାଡପା ଜିଲ୍ଲାରେ ମୃତ୍ୟୁ ଘଟିିଛି । ମୃତକ ଜଣକ ହେଲେ ବଳରାମ ପ୍ରଧାନ । ସେ ଗତ ୧୫ ଦିନ ତଳେ ଗ୍ରାମର କିଛି ସାଙ୍ଗମାନଙ୍କ ସହ କାମ କରିବା ପାଇଁ ଆନ୍ଧ୍ର କାଡପା ଅଞ୍ଚଳକୁ ଯାଇଥିଲେ । ସେଠାରେ କାମ କରିବା ପରେ ଓଡିଆ ଶ୍ରମିକମାନେ ଠିକାଦାରଙ୍କୁ ଟଙ୍କା ମାଗିଥିଲେ । ଠିକାଦାର ଟଙ୍କା ନ ଦେବା କାରଣ ନେଇ ସେଠାରେ ଠିକାଦାର ସହ ଝଗଡା ହୋଇଥିଲା । ଟଙ୍କା ପାଇବା ପାଇଁ ବଳରାମ ସହ କିଛି ଶ୍ରମିକ ସେଠାରେ ରହିଥିବା ବେଳେ କିଛି ଶ୍ରମିକ ଗାଁକୁ ଫେରି ଆସିଥିଲେ । ବଳରାମ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଆସିନଥିବା ଯୋଗୁଁ ସେଠାରେ ଥିବା ତାଙ୍କ ଭାଇ ଓ ସମ୍ପର୍କୀୟମାନେ ଖୋଜାଖୋଜି କରି ପୁଲିସକୁ ଖବର ଦେଇଥିଲେ । ଗୁରୁବାର ସକାଳେ ଏକ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ବଳରାମଙ୍କ ମୃତଦେହ ମିଳିଥିଲା । ସେଠାକାର ପୁଲିସ୍ ଶବ ବ୍ୟବଚ୍ଛେଦ କରି ଗ୍ରାମକୁ ପଠାଇ ଦେଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଯୁବକଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Show More
Back to top button