ନ୍ୟୁଜ୍ମନୋରଞ୍ଜନରାଜ୍ୟସିନେମା

ମେଡିକାଲରେ ଭର୍ତ୍ତି ହେଲେ ଲୋକପ୍ରିୟ ଅଭିନେତା ମିହିର ଦାସ

ସତ୍ୟଶିଖା (ଭୁବନେଶ୍ୱର) ୧୦.୧୨.୨୦୨୧: ଓଲିଉଡର ବରିଷ୍ଠ ଅଭିନେତା ମହିର ଦାସ ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି।  ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ଅନେକ ଓଡିଶାବାସୀଙ୍କ ହୃଦୟ ଜିଣିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଭଲ ହୋଇଯାଉ ଏହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

Show More
Back to top button