ନ୍ୟୁଜ୍ରାଜନୀତିରାଜ୍ୟ

ବିଧାନ ସଭା ସମ୍ମୁଖରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ

ସତ୍ୟଶିଖା(ଭୁବନେଶ୍ୱର) ୦୬ .୧୨.୨୦୨୧: ୨ ବର୍ଷ ତଳେ ରାଜରାସ୍ତାକୁ ଓହ୍ଲାଇଥିଲୁ । ଆନ୍ଦୋଳନ କରିଥିଲୁ। ଦାବି ପୂରଣ କରିବାକୁ ନେହୁରା ହୋଇଥିଲୁ। ଆମକୁ ଆଶ୍ୱାସନା ଦେଇ ଉଠାଇଦେଲେ। କିଛି ପୂରଣ କଲେ,  କିଛି ଭୁଲିଗଲେ। ହେଲେ ଏଥର ଛାଡ଼ିବୁନି। ଭଲରେ ଭଲରେ ଆମ ଦାବି ନ ମାନିଲେ ଆମ ହକ୍‌ ଛଡ଼ାଇ ନେବୁ। ଆଗକୁ ପଞ୍ଚାୟତ ନିର୍ବାଚନ । ମୁହଁତୋଡ଼ ଜବାବ ଦେବୁ। ” ଏପରି କହି ଆଜି ବିଧାନ ସଭା ସମ୍ମୁଖରେ ଗର୍ଜିଛନ୍ତି ଅଙ୍ଗନବାଡି କର୍ମୀ ।

୧୩ ଦଫା ଦାବି ପୂରଣ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ । ଭାରତୀୟ ମଜଦୁର ସଂଘ ମଧ୍ୟ ଏଥିରେ ସାମିଲ ହୋଇଛି । ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତା ଉପରେ ବସି ନିଜ ଦାବି ପୂରଣ ପାଇଁ ଆରମ୍ଭ କରିଛନ୍ତି ଜୋରଦାର ଲଢ଼େଇ। ଏଥର ଖାଲି ହାତରେ ଯିବେନି, ନିଜ ଦାବି ପୂରଣ ହେବା ପରେ ହିଁ ରାଜଧାନୀ ଛାଡ଼ି ଗାଁ ମୁହାଁ ହେବେ ବୋଲି ପଣ କରିଛନ୍ତି ।

ସୂଚନାଯୋଗ୍ୟ, ୧୩ ଦଫା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧି ମାର୍ଗରେ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି । ନଚେତ ସର୍ବନିମ୍ନ  ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି ।  ଅଙ୍ଗନବାଡି ସହାୟିକାମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି ।

Show More
Back to top button