

ସତ୍ୟଶିଖା( ବାଲିଗୁଡ଼ା) ୦୨.୧୨.୨୦୨୧: ରାଜ୍ୟରେ ଜାରୀ ରହିଛି “ଅପରେସନ ନୀଳ ଜହର” । କନ୍ଧମାଳ ଜିଲ୍ଲାରେ ପୁଣି ଥରେ ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପ୍ରଶାସନ ।
କେ,ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତ ଜାରଙ୍ଗା ବାଲିପଦର ଗୋଚ୍ଛାପଡ଼ା ଅଞ୍ଚଳରୁ ପ୍ରାୟ ୧୩୦ ଏକର ସରକାରୀ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ।
ବାରମ୍ବାର ମାଓବାଦୀଙ୍କ ଧମକ ସତ୍ତ୍ୱେ ମଧ୍ୟ ନିଜ କାର୍ଯ୍ୟ ଜାରୀ ରଖିଛି ପ୍ରଶାସନ । ତେବେ ସରକାରଙ୍କ ଏହି ଅପରସେନ୍ ନୀଳ ଜହର କାର୍ଯ୍ୟକୁ ବିରୋଧ କରି କେକେବିଏନ୍ ମାଓବାଦୀ ସଂଗଠନ ବିଭିନ୍ନ ଜାଗାରେ ଧମକ ପୁର୍ଣ୍ଣ ପୋଷ୍ଠାର ଲଗାଇବା ସହିତ ହତ୍ୟା କରିବାକୁ ମଧ୍ୟ କୁହାଯାଇଥିଲା ।
କେବଳ ଏତିକି ନୁହେଁ ଜଙ୍ଗଲରେ ବୋମା ଖଞ୍ଜା ହୋଇଥିବା ମଧ୍ୟ ମାଓବାଦୀମାନେ ପୋଷ୍ଟର ଉଲ୍ଲେଖ କରିଥିଲେ ।