ନ୍ୟୁଜ୍ରାଜ୍ୟ

ଦ୍ୱିତୀୟ ଦିନରେ ବି ଚାଲି ପାରିଲାନି ବିଧାନସଭା । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୧୨ /୨୦୨୧: ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ । ଗୃହ ମଧ୍ୟଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିବରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ।

ସେପଟେ , ବିଜେଡି କହିଲା ସ୍ୱାଭାବିକ ହେଉ ଗୃହ । ବିରୋଧୀ ବିଧାନସଭାକୁ ଚଳାଇ ଦେଉନାହାନ୍ତି । ଆମେ ଚାହୁଁଛୁ ସ୍ୱାଭାବିକ ହେଉ ଗୃହ । ଏହା ସହିତ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣା ଦେଇଛନ୍ତି । ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଦରଦାମ ନକମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛି ।

Show More
Back to top button