ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଓମିକ୍ରନ ‘ଅତି ବିପଜ୍ଜନକ’ ବର୍ଗର: ହୁ’ ମହାନିର୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସସ୍‌

ସତ୍ୟଶିଖା( ନୂଆଦିଲ୍ଳୀ) ୩୦.୧୧.୨୦୨୧: ବିଶ୍ବର ଅଧିକରୁ ଅଧିକ ରାଷ୍ଟ୍ରରେ କରୋନା ନୂତନ ପ୍ରଜାତି ଭୂତାଣୁ ଓମିକ୍ରନ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବର ୧୩ରୁ ଅଧିକ ରାଷ୍ଟ୍ରକୁ ଏହି ଭୂତାଣୁ ବ୍ୟାପିସାରିଲାଣି। ଏହି ଭୂତାଣୁକୁ ନେଇ ସାରା ବିଶ୍ବରେ ଆତଙ୍କ ଦେଖାଯାଇଛି। ଅନ୍ୟପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଏହି ଭୂତାଣୁକୁ ‘ଅତି ବିପଜ୍ଜନକ’ ବର୍ଗରେ ସ୍ଥାନୀତ କରିଛି। ହୁ’ର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସସ୍‌ କହିଛନ୍ତି ଯେ ଓମିକ୍ରନ (ବି.୧.୧.୨୯୫) ଭୂତାଣୁ ବିଶ୍ବରେ ବଡ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଭୂତାଣୁ ମ୍ୟୁଟେସନକୁ ନେଇ ଏହା ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହିତ ଦ୍ରୁତବେଗରେ ସଂକ୍ରମିତ ହେବ। ଭୂତାଣୁର ସଂକ୍ରମଣ ରୋକିବା ଓ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିବା ଲାଗି ହ’ୁ କେତେକ ସତର୍କତା ଜାରି କରିଛି। ସତର୍କତା ଅନୁଯାୟୀ ଭୂତାଣୁର ଜିନୋମ ସି​‌େ​‌କ୍ବନ୍ସକୁ ଅନୁଧ୍ୟାନ କରିବା ସହିତ ଏହାର ଲକ୍ଷଣ ସମ୍ପର୍କରେ ଜାଣିବାକୁ ପରାମର୍ଶ ଦିଆଯାଇଛି। ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ, ବେଲଜିୟମ୍, ବେସୱାନା, କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ୍‌, ନେଦରଲାଣ୍ଡସ୍‌, ପର୍ତ୍ତୁଗାଲ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ସୁଇଜରଲ୍ୟାଣ୍ଡ, ଇଂଲଣ୍ଡ ଆଦି ଦେଶକୁ ବ୍ୟାପୀ ସାରିଲାଣି। ସଂକ୍ରମଣ ରୋକିବା ଲାଗି ସମସ୍ତ ରାଷ୍ଟ୍ର ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ପ୍ରବେଶ କଟକଣା କଠୋର କରାଯାଇଛି।

Show More
Back to top button