ରାଜ୍ୟ
ସେବା ଯୋଗାଇପାରିବେ ଓଲା ଓ ଉବେର, ରହିଛି ଏହି ସର୍ତ୍ତ


ଭୁବନେଶ୍ୱର(ସତ୍ୟଶିଖା): ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା ଓ ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ।
ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ ଠାରେ ଥିବା କଣ୍ଟ୍ରୋଲ ରୁମ୍ ତଦାରଖ କରିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।