ନ୍ୟୁଜ୍ରାଜ୍ୟ

ଜାନୁୟାରୀରୁ ଲୋକସେବା ଭବନ କର୍ମଚାରୀଙ୍କୁ ମିଳିବ ରେଡିଓ ଫ୍ରିକ୍ୱେନ୍ସି ଆଇକାର୍ଡ

ସତ୍ୟଶିଖା(ଭୁବନେଶ୍ୱର) ୨୭ .୧୧.୨୦୨୧: ଓଏସଡି, ଚୁକ୍ତିଭିତ୍ତିକ କର୍ମଚାରୀ ଓ କନସଲଟାଣ୍ଟଙ୍କ କାର୍ଯ୍ୟ ସରିଲେ ସେମାନେ ନିଶ୍ଚିତ ଭାବେ ଏହି ଆରଏଫଆଇଡି କାର୍ଡକୁ ବିଭାଗ ପାଖରେ ଦାଖଲ କରିବେ । ବିଭାଗଗୁଡ଼ିକ ଏକ ନିର୍ଦ୍ଧାରିତ ଫର୍ମାଟରେ କର୍ମଚାରୀଙ୍କ ଜନ୍ମତାରିଖ, ବ୍ଲଡ୍ ଗ୍ରୁପ୍ , ପଦବୀ, ଜରୁରୀ ଯୋଗାଯୋଗ ନମ୍ବର, ମୋବାଇଲ ନମ୍ବର, ଇମେଲ, ବର୍ତ୍ତମାନର ଠିକଣା ଓ ଅବସର ତାରିଖର ସୂଚନା ଦେବେ । ଏସବୁ ତଥ୍ୟକୁ ଗୃହ ବିଭାଗକୁ ଇମେଲ୍ ମାଧ୍ୟମରେ ୩୦ ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଛି । ଆଉ କର୍ମଚାରୀମାନଙ୍କର ଫଟୋ ଉଠାଯିବା ସମୟରେ ସେମାନେ ନିଜର ବ୍ୟକ୍ତିଗତ ତଥ୍ୟକୁ ମେଳ କରାଇବେ, ଯାହାକି ଆରଏଫଆଇଡି କାର୍ଡରେ ଉଲ୍ଲେଖ ରହିବ ତଥା ସମ୍ପୃକ୍ତ କର୍ମଚାରୀ ସେଥିରେ ଦସ୍ତଖତ କରିବେ । ଥରେ ଦସ୍ତଖତ କରିସାରିବା ପରେ କୌଣସି ତଥ୍ୟ ଭୁଲ୍ ଥିଲେ ତାକୁ ସଂଶୋଧନ କରିବାର ଅନୁମତି ମିଳିବ ନାହିଁ ।

ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର ସୁରକ୍ଷା ତଥା କର୍ମଚାରୀମାନଙ୍କ ଉପରେ ନଜର ରଖିବା ପାଇଁ ଏହି କାର୍ଡ ସରକାରଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ଏହି କାର୍ଡରେ ଥିବା ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ସେମାନଙ୍କର ଗେଟ୍ ଭିତରେ ପ୍ରବେଶକୁ ସୁନିଶ୍ଚିତ କରାଯାଇପାରିବ ତଥା ସେମାନଙ୍କର ଉପସ୍ଥାନ ଉପରେ ମଧ୍ୟ ସରକାର ନଜର ରଖିପାରିବେ । ଏହି ଉନ୍ନତମାନର ଜ୍ଞାନକୌଶଳ ଖୁବ କମ୍ ସମୟରେ ଶହ ଶହ କର୍ମଚାରୀଙ୍କ ଆରଏଫଆଇଡି କାର୍ଡକୁ ରିଡ୍ କରିବାରେ ସକ୍ଷମ ହୋଇପାରିବ । ଏହି ଆରଏଫଆଇଡି କାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ, ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏହି ସବୁ କାର୍ଯ୍ୟାଳୟରେ ପ୍ରାୟ ୮ରୁ ୧୦ହଜାର କର୍ମଚାରୀ ଏବେ କାର୍ଯ୍ୟରତ ଅଛନ୍ତି ।

Show More
Back to top button