ନ୍ୟୁଜ୍ରାଜ୍ୟ

EDରେ ହାଜର ହେଲେ ଅଭୟ ପାଠକ

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ  IFS ଅଭୟ ପାଠକ । ଅର୍ଥ ହେରଫେର ମାମଲାରେ ପଚରା ଉଚରା କରୁଛି ED। ଦ୍ବିତୀୟ ଥର ପାଇଁ EDରେ ହାଜର‌ ହୋଇଛନ୍ତି ଆଇଏଫଏସ ଅଭୟ ପାଠକ  । ପୁଅ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ ହେରଫେର ମାମଲାରେ ମଧ୍ୟ ଯାଞ୍ଚ ଚାଲିଛି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଟାଟା ନାଁରେ ଠକେଇ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ ପଚରା ଉଚରା କରୁଛି ED । ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଝିଅଙ୍କୁ ED ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିବା ଜଣାପଡିଛି ।

Show More
Back to top button