ଅପରାଧନ୍ୟୁଜ୍ରାଜ୍ୟ

ଭିଜିଲାନ୍ସ ସ୍କାନରରେ ଥିଲେ କନିଷ୍ଠ ଯନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୨୫.୧୧.୨୦୨୧: ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି ଟିମ୍‌ ଭିନ୍ନ ଭିନ୍ନ ୧୦ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ାଉ କରିଛନ୍ତି ।

ଆଜି ସକାଳୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ଜିଲା ଭୋଗରେଇସ୍ଥିତ ସନ୍ତୋଷଙ୍କ ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି । ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।

Show More
Back to top button