ରାଜ୍ୟ
ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା | Satyasikha


ଭୁବନେଶ୍ୱର (ସତ୍ୟଶିଖା): ଲକ୍ଡାଉନ ନିୟମକୁ କଡ଼ାକଡ଼ି ପାଳନ ଲାଗି ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା। ଆଇପିସି ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଲକ୍ଡାଉନ ନିୟମ ଉଲ୍ଲଂଘନ କଲେ ଉଲଘଂନକାରୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନା ଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି।
ଆହୁରି ପଢ଼ନ୍ତୁ
ଏହି ଆଇନ ଅନୁସାରେ ସାଧାରଣ ଜନତାଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ବି ଏଥିରେ ସାମିଲ ରହିବେ। କର୍ତ୍ତବ୍ୟରେ ଅବହେଳା ଓ ଲକ୍ଡାଉନ ନିୟମକୁ ଖିଲାପ କଲେ, ସେମାନଙ୍କ ବିରୋଧରେ ବି ମାମଲା ରୁଜୁ କରିପାରିବେ ଥାନାଧିକାରୀ।
ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।