ନ୍ୟୁଜ୍ରାଜ୍ୟ

୩ କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୧୯.୧୧.୨୦୨୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାନେ ଘୋଷଣା କରିଛନ୍ତି । କ୍ଷମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉ‌ଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। କୃଷକମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ ।

ଏହି ପରିପ୍ରେକ୍ଷୀରେ ତିନି ନୂଆ କୃଷି ଆଇନକୁ ଉଚ୍ଛେଦ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜର ଟୁଇଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶର ଏବଂ ଏହାର କୃଷକଙ୍କ ହିତ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣମାନଙ୍କର ଚାଷଜମି ଏବଂ ପରିବାର ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଏବଂ ସେମାନେ ଆପଣଙ୍କୁ ସ୍ୱାଗତ କରି ଖୁସି ହେବେ । ବିଜେଡି ସର୍ବଦା କୃଷକମାନଙ୍କ ସହିତ ଠିଆ ହେବା ଜାରି ରଖିଛି ।

Show More
Back to top button