

ସତ୍ୟଶିଖା ( ଭୁବନେଶ୍ୱର )୧୨ /୧୧ /୨୦୨୧: ଦେଢ଼ କୋଟି ଟଙ୍କା ଠକି ନେଇଥିବା ଦୁଇ ଜଣ ଠକ ଗିରଫ ହୋଇଥିବାର ସୂଚନା ମିଳିଛି। ଉଭୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା। ଦୁହେଁ ୩୮ ଜଣ ପୁଲିସ ଚାକିରି ଆଶାୟୀଙ୍କଠାରୁ ପାଖାପାଖି ଦେଢ଼ କୋଟି ଠକି ନେଇଥିଲେ। ଏହି ଦୁଇ ଠକ ପୁଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ଠକେଇ କରିଥିଲେ। ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ଠକେଇ କରିଥିଲେ।
ଗିରଫ ବେଳେ ସେମାନଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ ଓ ଜାଲି ପରିଚୟ ପତ୍ର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିବା ଜଣାଯାଇଛି।