ଦେଶ

୧୦୮ଟି ଦେଶକୁ ୮୫ ମିଲଅନ୍ HCQ ପଠାଇବ ଭାରତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଅନେକ ଦେଶ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ୍ ଔଷଧ ମାଗିଥିଲେ। ଭାରତ ଏଯାବତ ୧୦୦ରୁ ଅଧିକ ଦେଶକୁ ଏହି ଔଷଧ ପଠାଇବ ବୋଲି ଲକ୍ଷ୍ୟ ରଖିଛି। ସରକାରଙ୍କର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ୧୦୮ ଦେଶକୁ ଭାରତ ପ୍ରାୟ ୮୫ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ଏବଂ ପାଖାପାଖି ୫୦୦ ନିୟୁତ ପାରାସିଟାମଲ୍ ଟାବଲେଟ୍ ପଠାଇବ। ଏଯାବତ ୬୦ ଟି ଦେଶକୁ ଏହି ଦୁଇଟି ଔଷଧ ପଠାଯାଇଛି। ଆଗାମୀ ଦିନରେ ବାକି ଦେଶକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବ ବୋଲି ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଭାରତ କୋଭିଡ୍ -୧୯ ମୁକାବିଲା ପାଇଁ ୩୧ ଟି ଦେଶକୁ HCQ ଏବଂ ପାରାସିଟାମଲ ପଠାଇଛି। ମୋଟ୍ ୫ ମିଲିଅନ୍ HCQ ଟାବଲେଟ୍ ଏବଂ ବହୁ ପରିମାଣର ପାରାସିଟାମଲ୍ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଆମେରିକା, ବ୍ରିଟେନ, ଋଷିଆ, ଫ୍ରାନ୍ସ, ସ୍ପେନ୍ ଏବଂ ନେଦରଲ୍ୟାଣ୍ଡ ସମେତ ୨୪ ଟି ଦେଶକୁ ଭାରତ ବାଣିଜ୍ୟିକ ଚୁକ୍ତିନାମା ମାଧ୍ୟମରେ ୮୦ ମିଲିଅନ HCQ ଟାବଲେଟ୍ ଯୋଗାଇ ସାରିଛି। ଇଟାଲୀ, ସ୍ୱିଡେନ ଏବଂ ସିଙ୍ଗାପୁର ସମେତ ୫୨ ଟି ଦେଶକୁ ଭାରତ ବହୁ ପରିମାଣରେ ପାରାସିଟାମଲ ଯୋଗାଇ ଦେଇଥିବା ଜଣାପଡ଼ିଛି। କେତେକ ଦେଶକୁ ଉଭୟ HCQ ଏବଂ ପାରାସିଟାମଲ ଟାବଲେଟ୍ ଭାରତ ଯୋଗାଇଥିବା ଜଣାପଡ଼ିଛି।

କରୋନା ମୁକାବିଲା ପାଇଁ ଏଯାବତ କୌଣସି ପ୍ରତିଷେଧକ କିମ୍ୱା ଟିକା ବାହାରି ନାହିଁ। ହେଲେ ମ୍ୟାଲେରିଆ ଔଷଧ HCQ ଟାବଲେଟ ବ୍ୟବହାର କରି କିଛି ରୋଗୀଙ୍କ କ୍ଷେତ୍ରରେ ଡାକ୍ତରମାନେ ସଫଳ ହୋଇଛନ୍ତି।

[ad_2]
Show More
Back to top button