

ସତ୍ୟଶିଖା(ଭୁବନେଶ୍ୱର )୦୯.୧୧ .୨୦୨୧: ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ । ୧୦ଟି ସ୍ଥାନରେ ଚାଲିଛି ରେଡ । ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଆଜି ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ । ପ୍ରତାପଙ୍କ ଭୁବନେଶ୍ବରସ୍ଥିତ ବାସଭବନ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଉଛି । ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀସ୍ଥିତ ଚାରିତାଲା ବିଶିଷ୍ଟ ନିଜସ୍ବ ଆପାର୍ଟମେଣ୍ଟ, ଆଇଆରସି ଭିଲେଜ ନୟାପଲ୍ଲୀ ପ୍ଲଟ ନଂ. N/6-4162, ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ଛକରେ ଥିବା ମା ଭଗବତୀ ମନ୍ଦିର ନିକଟ ୬ ମହଲା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ବରେ ୫ଜଣ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଏହି ଛାନଭିନ କରୁଛନ୍ତି । ଡେପୁଟି ମ୍ୟାନେଜର ଥିବାରୁ ପୋଲିସ ହାଉସିଂ କର୍ପୋରେସନରେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।