ନ୍ୟୁଜ୍ରାଜ୍ୟ

ଡିଆରଡିଓ ମାମଲାରେ ଆସିଲା ମୁମ୍ବାଇ ଲିଙ୍କ

ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧:  ମୁମ୍ବାଇ ଓ ଚାନ୍ଦିପୁର‌ ଆଖପାଖ ଅଞ୍ଚଳରେ ଏବେ ବି ଆକ୍ଟିଭ ଅଛି ସ୍ଲିପର‌ସେଲ । ଏନେଇ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ୍‌ । ଏହି ଘଟଣାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ମିଳିଛି ସୂଚନା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବଡ଼ ଟ୍ୱିଷ୍ଟ । ଦୁବାଇ ପରେ ଆସିଲା ମୁମ୍ବାଇ ଲିଙ୍କ୍ । ଗୁପ୍ତ ତଥ୍ୟ ଲିକରେ ରହିଛି ଆଉ ଜଣେ ମହିଳାଙ୍କ ସମ୍ପର୍କ । ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧ ରହସ୍ୟମୟୀ ମହିଳା ଜଣଙ୍କ ଜଣେ ଅଭିଯୁକ୍ତଙ୍କୁ ୪୦ ହଜାର ଟଙ୍କା ଆବଶ୍ୟକତା ଥିବା କହିଥିଲେ । ୨୦୨୧ ଏପ୍ରିଲ୍ ୧୮ ତାରିଖରେ ସନ୍ଦିଗ୍ଧ ମହିଳା ଦେଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଅଭିଯୁକ୍ତ ।
ପରେ ଟଙ୍କା ନେବାର ଦିନକ ପରେ ସନ୍ଦିଗ୍ଧ ମହିଳା ଜଣଙ୍କ ଅଭିଯୁକ୍ତକୁ ୧୯ ତାରିଖରେ ଟଙ୍କା ଫେରାଇ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି ଏହି ଟଙ୍କା ଚାନ୍ଦିପୁରର ଜଣେ ଯୁବକଙ୍କ ଆକାଉଣ୍ଟରେ ଜମା ହୋଇଛି । ଅଭିଯୁକ୍ତ ପଠାଇଥିବା ଟଙ୍କା ମୁମ୍ବାଇର ୨ ଜଣ ପୁରୁଷ ଆକାଉଣ୍ଟକୁ ଯାଇଥିଲା । ପରେ ରହସ୍ୟମୟୀ ମହିଳା କ୍ୟାସ୍ ଡିପୋଜିଟ୍ କରି ଅଭିଯୁକ୍ତକୁ ଟଙ୍କା ଫେରାଇ ଦେଇଥିଲେ ।
ଟଙ୍କା ଡିପୋଜିଟ୍ କରିଥିବା ଲୋକଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ଉଦ୍ୟମ କରୁଛି । ଅଭିଯୁକ୍ତକୁ ଟଙ୍କା ପଠାଇଥିବା ମୁମ୍ବାଇ ଆକାଉଣ୍ଟକୁ ଠାବ କରିବା ପାଇଁ ମୁମ୍ବାଇ ଯିବ କ୍ରାଇମବ୍ରାଞ୍ଚର ୨ଟି ଟିମ୍ । ତେବେ ୪୦ ହଜାର ଟଙ୍କା ନେଇ ଫେରାଇ ଦେଇଥିବା ରହସ୍ୟମୟୀ ଜଣଙ୍କ କିଏ ?ଏନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି ।

Show More
Back to top button